ପ୍ରଥମ ବିଲ: କୃଷି ଉତ୍ପାଦ ବ୍ୟବସାୟ ଏବଂ ବାଣିଜ୍ୟ ( ପ୍ରଚାର ଓ ପ୍ରସାର ) ବିଲ ୨୦୨୦।
- ସୁବିଧା ଓ ସୁଯୋଗ: କୃଷି ଉତ୍ପାଦ ବଜ଼ାର ସଂଗଠନ ବା ଏପିଏମ୍ସି ନିୟମ ଅନୁସାରେ ରାଜ୍ୟରେ କୃଷି ଉତ୍ପାଦ ବିକ୍ରି ପାଇଁ ଯେଉଁସବୁ ବଜାରମାନ ଥିଲା, ସେହି ବଜାର ଗୁଡିକର ପରିସର ବାହାରେ କୃଷକ ତାର ଉତ୍ପାଦ କୁ ବିକ୍ରୀ କରିପାରିବ ଏବଂ ଏକ ପ୍ରତିବନ୍ଧକ ବିହୀନ ବଜାର ପାଇପାରିବ।
- କୃଷକ ଭାଇ ନିକଟରେ ଦୁଇଟି ବିକଳ୍ପ ରହିବ। ଜଣେ କୃଷକ ନିଜ ଇଚ୍ଛାରେ ଚାହିଁଲେ ପୂର୍ବରୁ ଥିବା ପୁରୁଣା ମଣ୍ଡି ବା ପୁରୁଣା ବଜାର ରେ ନିଜ ଉତ୍ପାଦ କୁ ବିକ୍ରୀ କରିପାରିବ କିମ୍ବା ସେ ଯଦି ଚାହିଁବ ପୁରୁଣା ବଜାର ବାହାରକୁ ଯାଇ ଅନ୍ୟ ଯେକୌଣସି ରାଜ୍ୟରେ ଅଥବା ନିଜେ ଠିକ କରିଥିବା ବିକ୍ରେତା କୁ ନିଜର ଉତ୍ପାଦ କୁ ବିକ୍ରୀ କରିପାରିବ।
- ଏହି ବିଲ ପୂର୍ବରୁ ଥିବା ଏପିଏମ୍ସି ନିୟମ ଉପରେ କାର୍ଯ୍ୟ କରିବ।
- ଏପିଏମ୍ସି ବାହାରେ ଯେଉଁମାନେ ନିଜ ଉତ୍ପାଦ କୁ ବିକିବେ, ସେମାନଙ୍କୁ ରାଜ୍ୟ କୁ କୌଣସି ଟାକ୍ସ ଦେବାକୁ ପଡିବନାହିଁ। କିମ୍ବା ରାଜ୍ୟ ସେହି କୃଷକ ଭାଇ ମାନଙ୍କ ଉପରେ କୋୖଣସି ଟାକ୍ସ ଲାଗୁ କରିପାରିବନାହିଁ।
- ଏହି ବିଲ ଅନୁସାରେ କୃଷି ଉତ୍ପାଦ ର ମାନେ ହେଉଛି, ଖାଦ୍ୟ ସଶ୍ୟ । ଏହି ଖାଦ୍ୟ ସଶ୍ୟ ଭିତରେ ଆସୁଛି, ଧାନ ଜାତୀୟ, ଡାଲି ଜାତୀୟ, ତୈଳ ଜାତୀୟ ଖାଦ୍ୟସଶ୍ୟ, ଫଳ, ପନିପରିବା, ତେଲ, ଆଖୁ, ମସଲା, ବିଭିନ୍ନ ପ୍ରକାରର ବାଦାମ, କୁକୁଡ଼ା, ଘୁଷୁରୀ, ଛେଳି, ମାଛ ଏବଂ ଗାଈ ଚାଷ ରୁ ମିଳୁଥିବା ଖାଦ୍ୟ ଉତ୍ପାଦ ସବୁ, କଚା ତୁଳା, ଝୋଟ, ତୁଳା ମଞ୍ଜି, ଗୋ ସମ୍ପଦ ମାନଙ୍କର ଖାଦ୍ୟ ସଶ୍ୟ ଯେପରିକି ଘାସ, ପିଡ଼ିଆ, ଚୋକଡ।
- ଏହି ବିଲ ଏପିଏମ୍ସି ନିୟମ ଅନୁସାରେ ଆସୁଥିବା କୃଷି ଉତ୍ପାଦ କୁ ମଧ୍ୟ କୃଷି ଉତ୍ପାଦ ଭାବରେ ଗ୍ରହଣ କରିଛି।
- ଏହି ବିଲ ରାଜ୍ୟ ଭିତରେ ଏବଂ ରାଜ୍ୟ ବାହାରେ ବା ରାଜ୍ୟ ରାଜ୍ୟ ମାନଙ୍କ ମଧ୍ୟ ରେ କୃଷି ଉତ୍ପାଦ ର ପ୍ରତିବନ୍ଧକ ବିହୀନ ବ୍ୟାପାର ବାଣିଜ୍ୟ କୁ ଅନୁମତି ପ୍ରଦାନ କରୁଛି।
- ଏହି କୃଷି ଉତ୍ପାଦ ର ବାଣିଜ୍ୟ ଓ ବ୍ୟବସାୟ ଏପିଏମ୍ସି ନିୟମ ଅନୁସାରେ ଆସୁଥିବା ସରକାରୀ ବା ବେସରକାରୀ ବଜାର ପରିସର ବାହାରେ ହୋଇପାରିବ। ଯେପରିକି ଫସଲ ଉତ୍ପାଦନ ସ୍ଥାନ ବା କ୍ଷେତ ରେ କିମ୍ବା ଫସଲ ଆଦାୟ ସ୍ଥାନ କିମ୍ବା ଫସଲ ଏକତ୍ରିକରଣ ସ୍ଥାନର ବାହାରେ। ବ୍ୟବସାୟୀ ସିଧାସଳଖ କୃଷି ଉତ୍ପାଦ କୁ କୃଷକ ଠାରୁ ଆସି ନେଇପାରିବ। ଏହାର ପରିସରଭୁକ୍ତ ହେଉଛି କ୍ଷେତ ଫାଟକ, କାରଖାନା ପରିସର, ସରକାରୀ ଏବଂ ବେସରକାରୀ ଗୋଦାମ, ଭଣ୍ଡାର ଘର, ସିତତାପ ନିୟନ୍ତ୍ରୀତ ଗୃହ। ଏହି ଜାଗାମାନଙ୍କରୁ ସିଧାସଳଖ ବ୍ୟବସାୟୀ କୃଷି ଫସଲ କୁ ନେଇ ପାରିବ।
- ଏହି ବିଲ ଅନୁସାରେ ସିଏ କୃଷକ ଯିଏ କି ଖାଦ୍ୟ ସଶ୍ୟ ଉତ୍ପାଦନ ରେ ନିଜେ ନିୟୋଜିତ ଥିବା କିମ୍ବା କୌଣସି ଠିକା ଶ୍ରମିକ ମାଧ୍ୟମ ରେ ଖାଦ୍ୟ ସଶ୍ୟ ଉତ୍ପାଦନ କରୁଥିବ ଏବଂ ଯେକୌଣସି ଏକ ଏଫପିଓ ଅଥବା କୃଷକ ଉତ୍ପାଦକ ସଂଘ ର ସଭ୍ୟ ହୋଇଥିବ।
- ଏଫପିଓ ବା କୃଷକ ଉତ୍ପାଦକ ସଂଘ ଅର୍ଥ ହେଉଛି କେତେଗୁଡିଏ କୃଷକ ମାନଙ୍କର ମିଳିତ ସଂଗଠନ ଏବଂ ଏହା ଯେକୌଣସି ଏକ ନିୟମ ଅଧୀନ ରେ ପଞ୍ଜିକରଣ ହୋଇଥିବେ କିମ୍ବା ଯେକୌଣସି ରାଜ୍ୟ ବା କେନ୍ଦ୍ର ସରକାରଙ୍କ ଯୋଜନା ମାଧ୍ୟମ ରେ ଗଠିତ ହୋଇଥିବେ।
- ଏହି ବିଲ ରେ କୃଷି ଉତ୍ପାଦ ର ବାଣିଜ୍ୟ ପାଇଁ ଯୋଗ୍ୟତା ମାନଙ୍କ: ଏହି ବିଲ କୃଷକ, କୃଷକ ଉତ୍ପାଦକ ସଙ୍ଘ ଏବଂ ବ୍ୟବସାୟୀ ଙ୍କୁ କୃଷି ଉତ୍ପାଦ ର ବାଣିଜ୍ୟ ପାଇଁ ଅନୁମତି ଦେଉଛି।
- ଏଠାରେ ବ୍ୟବସାୟୀ ହେଉଛନ୍ତି ସେମାନେ ଯେଉଁମାନେ କୃଷକ ଠାରୁ ସିଧାସଳଖ ଭାବେ ତାର ଉତ୍ପାଦ କୁ ନେଇ ଗ୍ରାହକ ପାଖରେ ପହଂଚାଉଛନ୍ତି, ରପ୍ତାନି କରୁଛନ୍ତି, ପ୍ରୋସେସିଂ କରୁଛନ୍ତି, ଉଦ୍ୟୋଗ ପାଇଁ ବ୍ୟବହାର କରୁଛନ୍ତି, ଖାଦ୍ୟସଶ୍ୟ ମୂଲ୍ୟ ବର୍ଦ୍ଧନ କରୁଛନ୍ତି, ଖୁଚୁରା ବ୍ୟବସାୟ କରୁଛନ୍ତି କିମ୍ବା ନିଜେ ତାକୁ ବ୍ୟବହାର କରୁଛନ୍ତି।
- ଯଦି ଜଣେ କୃଷକ ଏପିଏମ୍ସି ନିୟମ ଅଧିନ ରେ ଆସୁଥିବା ଉତ୍ପାଦ ର ବ୍ୟବସାୟ କରେ, ତେବେ ସେ ଏକ କୃଷକ, କୃଷକ ଉତ୍ପାଦକ ସଙ୍ଘ ଓ କୃଷି ସମବାୟ ସମିତି ହୋଇଥିବା ଆବଶ୍ୟକ। କିମ୍ବା ସେହି ବ୍ୟବସାୟୀ ର ପାନ କାର୍ଡ ଥିବା ଦରକାର ଏବଂ ତାହା ଇନକମ ଟାକ୍ସ ଆଇନି ୧୯୬୧ ଭିତରେ ଆସୁଥିବା ଦରକାର। ଏହାଛଡା ଅନ୍ୟ ଯେକୌଣସି ଭାରତ ସରକାରଙ୍କ ଦ୍ୱାରା ଅନୁମୋଦିତ ହୋଇଥିବା ଡକୁମେଣ୍ଟ ଯଦି ସେହି ବ୍ୟବସାୟୀ ଧାରଣ କରିଥାନ୍ତି, ତେବେ ବି ସେ ଏହି ବାଣିଜ୍ୟ କାରବାର କରିପାରିବେ। ଯଦି କୌଣସି ବ୍ୟକ୍ତି ଏହିସବୁ ନିୟମ କୁ ନମାନନ୍ତି, ତେବେ ତାଙ୍କୁ ସର୍ବନିମ୍ନ ଜୋରିମାନା ପଚିଶ ହଜ଼ାର ଟଙ୍କା ରୁ ସର୍ବାଧିକ ପାଞ୍ଚ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପଇଠ କରିବାକୁ ପଡିବ। ଯଦି ଜଣେ ବାରମ୍ବାର ଏହି ନିୟମର ଉଲଂଘନ କରନ୍ତି, ତେବେ ତାଙ୍କୁ ଆହୁରି ପ୍ରତିଦିନ ପାଞ୍ଚ ହଜ଼ାର ଟଙ୍କା ଲେଖାଏଁ ଜୋରିମାନା ଦେବାକୁ ପଡିବ।
- ଯେଉଁ ବ୍ୟବସାୟୀ କୃଷକ ସହିତ କୃଷି ଉତ୍ପାଦ ର ବ୍ୟବସାୟ କରୁଥିବେ, ତାଙ୍କୁ କୃଷକ କୁ ସେହି ସମାନ ଦିନରେ ସମସ୍ତ ଟଙ୍କା ଦେବାକୁ ପଡିବ। କିମ୍ବା ସେହି ସମାନ ଦିନରେ ରସିଦ ଦେଇ ସର୍ବାଧିକ ତିନି ଦିନରେ ସମସ୍ତ ଟଙ୍କା କୃଷକ ଭାଇ କୁ ଦେବାକୁ ପଡିବ।
- ଏହି ବିଲ କୃଷକ କୁ ଏକ ଈ- ବ୍ୟବସାୟ କରିବା ର ସୁଯୋଗ ପ୍ରଦାନ କରୁଛି, ଯେଉଁଥିରେ କୃଷକ ଇଣ୍ଟରନେଟରେ କିମ୍ବା ମୋବାଇଲ ଆପ ମାଧ୍ୟମ ରେ ବିକାକିଣା କରିପାରିବ ଏବଂ ଗ୍ରାହକ ଏହି ଇ- ବ୍ୟବସାୟ ମାଧ୍ୟମ ରେ ତାର ମନ ପସନ୍ଦ କୃଷି ଉତ୍ପାଦ କୁ ନିଜ ଘରେ ବସି ପାଇପାରିବ।
- ଏହି ଇ- ବ୍ୟବସାୟ ବ୍ୟବସ୍ଥା ର ଗଠନ ଏବଂ ତାକୁ ପରିଚାଳନା କରିବା ପାଇଁ ଯେଉଁସବୁ ସଂସ୍ଥା ର ଆବଶ୍ୟକ, ସେମାନେ ହେଲେ, ବିଭିନ୍ନ କମ୍ପାନୀ, ସରକାରୀ ବା ବେସରକାରୀ ସମିତି, ଫାର୍ମ ଯେଉଁ ମାନଙ୍କର ପାନ କାର୍ଡ ଥିବ , କୃଷକ ଉତ୍ପାଦକ ସଂଘ ଏବଂ କୃଷି ସମବାୟ ସମିତି ସବୁ।
- କେନ୍ଦ୍ର ସରକାର ଏହି ଇ- ବ୍ୟବସାୟ ର ରୂପରେଖ କିପରି ହେବ, ଏହାର ପଞ୍ଜିକରଣ ପ୍ରଣାଳୀ କିପରି ହେବ, ଏହା କିପରି ଭାବରେ କାର୍ଯ୍ୟ କରିବ, କୃଷି ଉତ୍ପାଦ ଗୁଡିକ ର ଗୁଣବତ୍ତା କଣ ହେବ ଏବଂ ପଇସା ଦେବା ନେବା ର ରୂପରେଖ କେମିତି ହେବ, ୟେସବୁ ର ନିୟମ କାନୁନ କୁ ବିସ୍ତୃତ ଭାବେ ପରବର୍ତ୍ତୀ ପର୍ଯ୍ୟାୟରେ ଜଣାଇବେ।
- ଯଦି ଇ- ବ୍ୟବସାୟ ସଂସ୍ଥା ଗୁଡିକ ସରକାରୀ ନିୟମ କୁ ମାନିବା ରେ ଅବହେଳା କରନ୍ତି କିମ୍ବା ବ୍ୟବସାୟ ନିୟମ ବାହାରେ କାମ କରନ୍ତି, ତେବେ ସେମାନଙ୍କୁ ଅବୈଧ ଘୋଷଣା କରି ସେମାନଙ୍କର ଲାଇସେନ୍ସ କୁ ରଦ୍ଧ କରାଯିବ।
- ଯଦି ଇ - ବ୍ୟବସାୟ ସଂସ୍ଥା ର ମାଲିକ କିମ୍ବା ପରିଚାଳନା ଅଧିକାରୀ ଇ- ବ୍ୟବସାୟ ନିୟମ ର ବିରୁଦ୍ଧ ରେ କାର୍ଯ୍ୟ କରନ୍ତି, ତେବେ ତାଙ୍କୁ ଜୋରିମାନା ଭାବରେ ସର୍ବନିମ୍ନ ପଚିଶ ହଜ଼ାର ଏବଂ ସର୍ବାଧିକ ଦଶ ଲକ୍ଷ୍ୟ ଟଙ୍କା ଦେବାକୁ ପଡିବ।ଯଦି ସେ ନିୟମ କୁ ବାରମ୍ବାର ଉଲଂଘନ କରନ୍ତି ତେବେ ତାଙ୍କୁ ପ୍ରତିଦିନ ଦଶ ହଜ଼ାର ଟଙ୍କା ଲେଖାଏ ଜୋରିମାନା ଦେବାକୁ ପଡିବ।
- ଏହି ବିଲ ଅନୁସାରେ ରାଜ୍ୟ ବା ଏପିଏମ୍ସି କୌଣସି ପ୍ରକାର ର କର ବା ଟାକ୍ସ ଲଗାଇ ପରିବେନାହିଁ କୃଷକ ଉପରେ, ଏପିଏମ୍ସି ବଜାର ବାହାରେ।
- ଯଦି କୌଣସି ମତଭେଦ ବା ଝଗଡା ହୁଏ କୃଷକ, ବ୍ୟବସାୟୀ ଏବଂ ଅନ୍ୟ ସଂସ୍ଥା ମଧ୍ୟରେ, ତେବେ ଏହାକୁ ସମାଧାନ କରିବା ପାଇଁ ସେମାନଙ୍କୁ ଏସ୍ଡିଏମ ବା ସବ- ଡିବିଜ଼ୀନାଲ ମାଜିଷ୍ଟ୍ରେଟ ଙ୍କ ପାଖରେ ଲିଖିତ ରୂପେ ଆବେଦନ କରିବାକୁ ପଡିବ । ଏସ୍ଡିଏମ ମତଭେଦ ର ବୁଝାମଣା କରିବା ପାଇଁ ଏକ ବୋର୍ଡ଼ ଗଠନ କରିବେ ଯେଉଁଥିରେ ଦୁଇ ସମୁଦାୟ ଙ୍କର ପ୍ରତିନିଧି ରହିବେ। ଯଦି ଏହିଠାରେ ବୁଝାମଣା ହୋଇନପାରିଲା ତିରିଶ ଦିନ ମଧ୍ୟରେ ତେବେ, ସମୁଦାୟ ଦ୍ବୟ ଏସ୍ଡିଏମ ଙ୍କୁ ତାଙ୍କର ହସ୍ତକ୍ଷେପ ପାଇଁ ଆବେଦନ କରିବେ। ଦୁଇ ସମୁଦାୟ ଙ୍କ ପାଖରେ ଏସ୍ଡିଏମ କିମ୍ବା ଜିଲ୍ଲାପାଳ ଙ୍କୁ ଆବେଦନ କରିବାର ବିକଳ୍ପ ରହିବ।
ଦ୍ଵିତୀୟ ବିଲ: କୃଷକ( ସଶକ୍ତିକରଣ ଏବଂ ସୁରକ୍ଷା), ମୂଲ୍ୟ ଆଶ୍ୱାସନା ଓ କୃଷିସେବା ବିଲ ୨୦୨୦:
- ଏହି ବିଲ କୃଷକ କୁ ଏକ ଢାଞ୍ଚା ବା ଛାଞ୍ଚ ପ୍ରଦାନ କରୁଛି ଯେଉଁଥିରେ କି କୃଷକ ଭାଇ ନିଜେ କଣ୍ଟ୍ରାକ୍ଟ ଫାର୍ମଇଂ କରିପାରିବ।ଏହି ଚାଷ ରେ କୃଷକ ଭାଇ ମଞ୍ଜି ବୁଣିବା ପୂର୍ବରୁ କ୍ରେତା ସହିତ ହୋଇଥିବା ଚୁକ୍ତିପତ୍ର ଅନୁସାରେ ନିଜର ଖାଦ୍ୟସଶ୍ୟ କୁ ଏକ ପୂର୍ବନିର୍ଧାରିତ ମୂଲ୍ୟ ରେ ବିକ୍ରୀ କରିପାରିବ।
- ଏହି ବିଲରେ ସ୍ପୋନସର ବା ପୃଷ୍ଠପୋଷକ ଯେଉଁମାନେ ହେବେ, ସେମାନେ ହେଲେ ଯେକୌଣସି ବ୍ୟକ୍ତିବିଶେଷ, ଭାଗିଦାରୀ ବ୍ୟବସାୟିକ ସଂସ୍ଥା, ବ୍ୟବସାୟିକ ଅନୁଷ୍ଠାନ, ବେସରକାରୀ ସଂସ୍ଥା ଏବଂ ସମିତି ସବୁ ଯେଉଁମାନେ କି କୃଷକ ସହିତ ଏକ ଚୁକ୍ତି ରେ ଆବଦ୍ଧ ହେବେ କୃଷି ଉତ୍ପାଦ କୁ କିଣିବା ପାଇଁ।
- ଏହି ବିଲ କୃଷକ କୁ ଚାଷ କରିବା ପୂର୍ବରୁ ବ୍ୟବସାୟୀ ବା କ୍ରେତା ସହ ଏକ ଚୁକ୍ତିପତ୍ର କରିବାକୁ ସୁଯୋଗ ଦେଉଛି। ଏଥିରେ ଚାଷ କରିବା ପୂର୍ବରୁ ଉତ୍ପାଦ ର ମୂଲ୍ୟ ମଧ୍ୟ ନିର୍ଦ୍ଧାରିତ ରହିବ ବର୍ତ୍ତମାନ ଏବଂ ଭବିଷ୍ୟତ ର ଉତ୍ପାଦ ଦାମ କୁ ନେଇ।
- ଏହି ଚୁକ୍ତିପତ୍ର ରେ ମଧ୍ୟ ଜଣେ ମଧ୍ୟସ୍ଥି ର ସ୍ଥାନ ରହିବ ଯିଏକି କୃଷକ ଏବଂ ବ୍ୟବସାୟୀ ବା କ୍ରେତା ମଧ୍ୟରେ ମଧ୍ୟସ୍ଥି ର କାମ କରିବ। ଏହି ବିଷୟ ରେ ଚୁକ୍ତିପତ୍ର ରେ ସବିଶେଷ ବିବରଣୀ ରହିବ।
- ଏହି ଚୁକ୍ତିପତ୍ର ରେ କୃଷି ଉତ୍ପାଦ ର ବିତରଣ ବ୍ୟବସ୍ଥା, ଗୁଣବତ୍ତା, ମାନକ, କୃଷି ଉତ୍ପାଦ ର ମୂଲ୍ୟ ଏବଂ କୃଷି ସେବା ବିଷୟରେ ବିସ୍ତୃତ ଦ୍ୱିପାକ୍ଷିକ ଆଲୋଚନା ମାଧ୍ୟମରେ ଦୁଇ ପକ୍ଷ ର ସହମତି ରେ ବ୍ୟବହାରିକ ସର୍ତ୍ତାବଳୀ ସବୁ ରହିବ।
- କୃଷି ସେବା ରେ ଅନ୍ତର୍ଭୁକ୍ତ ସେବା ହେଉଛି ମଞ୍ଜି, ଗୋ ଖାଦ୍ୟ, ଘାସ, କୃଷି ଭିତୀୟ ରାସାୟନିକ ପଦାର୍ଥ, ସାର, ଯନ୍ତ୍ରପାତି, ଉନ୍ନତ ପ୍ରଣାଳୀ, ଉପଦେଶାବଳୀ, ଜୈବିକ କୃଷି ସାମଗ୍ରୀ ଏବଂ ଅନ୍ୟାନ୍ୟ ଚାଷ ସାମଗ୍ରୀ।
- ଚୁକ୍ତିପତ୍ର ର ସର୍ବନିମ୍ନ ସମୟସୀମା ହେଉଛି ଗୋଟିଏ ସଶ୍ୟ କୁ ଚାଷ କରିବାର ସମୟସୀମା କିମ୍ବା ଗୃହପାଳିତପଶୁ ମାନଙ୍କର ଗୋଟିଏ ପ୍ରଡକ୍ସନ ଚକ୍ର । ଚୁକ୍ତିପତ୍ର ର ସର୍ବାଧିକ ସମୟସୀମା ହେଉଛି ପାଞ୍ଚ ବର୍ଷ। ଯଦି ସଶ୍ୟ ର ଚାଷ କରିବାର ସମୟସୀମା ପାଞ୍ଚ ବର୍ଷ ରୁ ଅଧିକ ହୁଏ, ତେବେ ତାହା କୃଷକ ଏବଂ କ୍ରେତା ର ମିଳିତ ସହମତି କ୍ରମେ ନିର୍ଧାରିତ ହେବ।
- ଖାଦ୍ୟସଶ୍ୟ ର ବିକ୍ରୀ ମୂଲ୍ୟ ଏବଂ ତାର ବିଭିନ୍ନ ପ୍ରକାରର ସଠିକ ପ୍ରଣାଳୀ ମଧ୍ୟ ଏହି ଚୁକ୍ତିପତ୍ର ରେ ବର୍ଣ୍ଣିତହେବ। ଚାଷ ସରିବା ପରେ ଫସଲ କୁ ଠିକ ସମୟରେ ନେବା ର ସମ୍ପୂର୍ଣ୍ଣ ଦାୟିତ୍ୱ ହେଉଛି କ୍ରେତା ର। ଏଥିପାଇଁ କ୍ରେତା କୁ ସମସ୍ତ ପ୍ରକାର ପ୍ରସ୍ତୁତି କରିବାକୁ ପଡିବ। କ୍ରେତା କୁ ଫସଲ କୁ ନେବା ସମୟରେ ହିଁ ଚୁକ୍ତିପତ୍ର ରେ ହୋଇଥିବା ଫସଲ ର ଗୁଣବତ୍ତା ବିଷୟ ରେ ସମସ୍ତ ପରୀକ୍ଷା କରିନେବାକୁ ପଡିବ। ଯଦି କ୍ରେତା ଫସଲ କୁ ନେବା ସମୟରେ ତାର ଗୁଣବତ୍ତା କୁ ପରୀକ୍ଷା କରିନଥାଏ, ତେବେ ଏହା ଧରିନେବାକୁ ପଡିବ ଯେ ଫସଲ ର ଗୁଣବତ୍ତା ପରୀକ୍ଷିତ ଅଟେ ଏବଂ ତାକୁ ଠିକ ସମୟରେ ହିଁ ଫସଲ କୁ ନେବାକୁ ପଡିବ।
- କୌଣସି ସଶ୍ୟ ର ମଞ୍ଜି ଚାଷ ହେଉଥିଲେ, ଏହି ବିଲ ଅନୁସାରେ କ୍ରେତା କୁ ସମ୍ପୂର୍ଣ୍ଣ ମୂଲ୍ୟ ର ତିନି ଭାଗରୁ ଦୁଇ ଭାଗ ମଞ୍ଜି କୁ ନେଲାବେଳେ କୃଷକ କୁ ଦେବାକୁ ପଡିବ। ଅବଶିଷ୍ଟ ଏକ ଭାଗ ମଞ୍ଜି ର ଗୁଣବତ୍ତା ପ୍ରମାଣପତ୍ର ପାଇବାପରେ ଏବଂ ମଞ୍ଜିକୁ ନେବାର ତିରିଶ ଦିନ ଭିତରେ କୃଷକ କୁ ପଇଠ କରିବାକୁ ପଡିବ।
- କିନ୍ତୁ ଅନ୍ୟ ସବୁ କୃଷି ଉତ୍ପାଦ ରେ କ୍ରେତା କୁ ଉତ୍ପାଦ ନେଲାବେଳେ ହିଁ ସମସ୍ତ ମୂଲ୍ୟ କୃଷକ କୁ ଦେବାକୁ ପଡିବ ଓ ରସିଦ ଦେବାକୁ ପଡିବ କୃଷକ କୁ।
- କୃଷି ଉତ୍ପାଦ ର ବିକା କିଣା ଉପରେ ପୂର୍ବରୁ ଥିବା ରାଜ୍ୟ ର ଆବଶ୍ୟକୀୟ ଖାଦ୍ୟସଶ୍ୟ ଆଇନି ୧୯୫୫ ର ମାପକ ଲାଗୁ ହେବନାହିଁ। ଏହି ଖଦ୍ୟସଶ୍ୟ ସମସ୍ତ ଭଣ୍ଡାରଣ ର ପୂର୍ବନିର୍ଧାରିତ ମାପକ ରୁ ମୁକ୍ତ ରହିବ। କୃଷକ ଯେକୌଣସି ପରିମାଣ ର ଖଦ୍ୟସଶ୍ୟ କୁ ଭଣ୍ଡାର ରେ ରଖି ପାରିବେ ଏବଂ ବିକ୍ରି କରିପାରିବେ।
- ମତଭେଦ ହେଲେ ଏସ୍ଡିଏମ ଙ୍କ ଦ୍ଵାରା ଗଠିତ ବୋର୍ଡ଼ ତାର ସମାଧାନ କରିବ। ଏଠାରେ ସମାଧାନ ନହେଲେ ଦୁଇ ପକ୍ଷ ଏସ୍ଡିଏମ କିମ୍ବା ଜିଲ୍ଲାପାଳ କିମ୍ବା ଉପଜିଲ୍ଲାପାଳ ଙ୍କୁ ଆବେଦନ କରିପାରିବେ।
ତୃତୀୟ ବିଲ : ଆବଶ୍ୟକୀୟ ଖାଦ୍ୟସାମଗ୍ରୀ ( ସଂଶୋଧନ) ବିଲ, ୨୦୨୦।
- ଏହି ବିଲ କେନ୍ଦ୍ର ସରକାର କୁ ଅଧିକ ଶକ୍ତିଶାଳୀ କରିବ। ଏହି ବିଲ ଦ୍ୱାରା କେନ୍ଦ୍ର ସରକାର ଙ୍କର ଖଦ୍ୟସଶ୍ୟ ର ପ୍ରସ୍ତୁତି ପ୍ରଣାଳୀ, ବିତରଣ, ଆବଣ୍ଟନ ଏବଂ ବାଣିଜ୍ୟ ଉପରେ ନିୟନ୍ତ୍ରଣ ରହିବ। ଏହି ବିଲ ମାଧ୍ୟମରେ କୃଷି କ୍ଷେତ୍ର ରେ ପ୍ରତିଯୋଗିତା ବଢିବ ଏବଂ କୃଷକ ର ଆମଦାନୀ ଅଧିକ ହେବ। ଏହି ବିଲ ଦ୍ୱାରା କେବଳ ଅସାଧାରଣ ପରିସ୍ଥିତି ରେ ଏବଂ ଅତ୍ୟାବଶ୍ୟକ ଖଦ୍ୟସଶ୍ୟ ର ମୂଲ୍ୟ ବଢିବା ସମୟରେ ହିଁ ଭଣ୍ଡାରଣ ରେ ଖଦ୍ୟସଶ୍ୟ ସଂରକ୍ଷଣ ର ପରିମାଣକୁ ନିର୍ଦ୍ଧିଷ୍ଠ କରାଯିବ।
- ଏହି ବିଲ କେନ୍ଦ୍ର ସରକାର ଙ୍କୁ ଅଧିକାର ଦେଉଛି କି ସେ କିଛି ଖାଦ୍ୟସଶ୍ୟ , ଔଷଧ, ସାର ଆଦିକୁ ଅତ୍ୟାବଶ୍ୟକ ପଦାର୍ଥ ଭାବେ ନିର୍ଧାରିତ କରିପାରିବେ।
- ଏହି ବିଲ ଅନୁସାରେ କେନ୍ଦ୍ର ସରକାର କେତେଗୁଡିଏ ଖାଦ୍ୟସଶ୍ୟ ଯେପରିକି ଧାନଜାତୀୟ ଖାଦ୍ୟସଶ୍ୟ, ଡାଲି ଜାତୀୟ ଖାଦ୍ୟସଶ୍ୟ, ତୈଳ ଜାତୀୟ ଖାଦ୍ୟସଶ୍ୟ, ତେଲ, ପିଆଜ, ଆଳୁ ର ବିତରଣ କୁ ନିୟନ୍ତ୍ରୀତ କରିପାରିବେ କେବଳ ଅସାଧାରଣ ପରିସ୍ଥିତି ରେ। ଯେପରିକି ଯୁଧ୍ୟ, ମରୁଡି, ଅତ୍ୟଧିକ ମୂଲ୍ୟବୃଦ୍ଧି, ଅତି ଭୟାନକ ପ୍ରାକୃତିକ ବିପଦ । ତେଣୁ ଏହି ବିଲ ରେ ବନ୍ଦୋବସ୍ତ ବା ପ୍ରବିଧାନ ରହୁଛି କି ଉପରୋକ୍ତ ଖାଦ୍ୟସଶ୍ୟ ଗୁଡିକ ଅତ୍ୟାବଶ୍ୟକ ଖାଦ୍ୟସଶ୍ୟ ତାଲିକା ରୁ ବହିର୍ଭୁତ ହେବ।
- ଏହି ବିଲ କେନ୍ଦ୍ର ସରକାର ଙ୍କୁ ଅଧିକ ଶକ୍ତି ପ୍ରଦାନ କରୁଛି କି ସେ ଯେକୌଣସି ବ୍ୟକ୍ତି ର ଭଣ୍ଡାରଣ ର ପରିମାଣ କୁ ନିର୍ଧାରିତ କରିପାରିବେ। ଭଣ୍ଡାରଣ ର ପରିମାଣ କେବଳ କୃଷି ଉତ୍ପାଦ ର ମୂଲ୍ୟ ବୃଦ୍ଧି ରେ ହିଁ ନିର୍ଦ୍ଧିଷ୍ଠ କରାଯାଇପାରିବ। ଯଦି ଖୁଚୁରା ବ୍ୟବସାୟୀ ଫଳ, ଫୁଲ ଆଦି ର ମୂଲ୍ୟ ବଢାନ୍ତି ଏବଂ ଶୀଘ୍ର ପଚୁ ନଥିବା କୃଷି ଜାତୀୟ ଖାଦ୍ୟସଶ୍ୟ ର ମୂଲ୍ୟ ପଚାଶ ପ୍ରତିଶତ ବଢିଲେ ମଧ୍ୟ ଭଣ୍ଡାରଣ ର ପରିମାଣ ନିର୍ଧାରିତ ହେବ।ଏହି ମୂଲ୍ୟ ବୃଦ୍ଧି ଗଲା ଏକ ବର୍ଷ ର ବୃଦ୍ଧି କିମ୍ବା ଗଲା ପାଞ୍ଚ ବର୍ଷ ର ଖୁଚୁରା ମୂଲ୍ୟ ବୃଦ୍ଧି ଯେଉଁଟା କମ ଥିବ ସେଇଟା କୁ ନେଇ ନିର୍ଧାରିତ ହେବ।
- ଯେଉଁମାନେ କୃଷି ଦ୍ରବ୍ୟ ର ମାନକ ବୃଦ୍ଧିରେ ନିୟୋଜିତ ଅଛନ୍ତି, ରପ୍ତାନି କରୁଛନ୍ତି, ପରିବହନ ସୁବିଧା ଉପଲବ୍ଧ କରାଉଛନ୍ତି, ଏମାନଙ୍କ ଠାରେ ଭଣ୍ଡାରଣ ପରିମାଣ ନିର୍ଧାରଣ ନିୟମ ଲାଗୁହେବ ନାହିଁ।
- ଏହି ବିଲ ଅନୁସାରେ ଯେକୌଣସି ବ୍ୟକ୍ତି ଫସଲ ଅମଳ ଠାରୁ ଆରମ୍ଭ କରି ଗ୍ରାହକ ମାନଙ୍କ ପାଖରେ ପହଞ୍ଚିବା ପର୍ଯ୍ୟନ୍ତ କାର୍ଯ୍ୟ ରେ ଭାଗ ନେଇପାରିବେ। ଏହି ପର୍ଯ୍ୟାୟ ଗୁଡିକ ହେଉଛି ଖାଦ୍ୟସଶ୍ୟ ପ୍ରସ୍ତୁତି ପ୍ରଣାଳୀ, ପ୍ୟାକେଜିଂ, ଖାଦ୍ୟସଶ୍ୟ ସଂରକ୍ଷଣ, ପରିବହନ, ଖାଦ୍ୟସଶ୍ୟ ବିତରଣ।
- ଏହି ବିଲ ଅନୁସାରେ ଖାଦ୍ୟସଶ୍ୟ ର ସଂଚାଳନ ଏବଂ ଖାଦ୍ୟସଶ୍ୟ ଉପରେ ଲାଗୁଥିବା ଭଣ୍ଡାରଣ ପରିମାଣ ନିର୍ଧାରଣ ର ନିୟମ ସବୁ କୌଣସି ସରକାରୀ ସାଧାରଣ ବିତରଣ ବ୍ୟବସ୍ଥା ରେ ଲାଗୁ ହେବ ନାହିଁ। ଏହି ପିଡ଼ିଏସ ବ୍ୟବସ୍ଥା ରେ ଯୋଗ୍ୟ ଲୋକମାନଙ୍କୁ ଉଚିତ ରିହାତି ମୂଲ୍ୟ ରେ ଖାଦ୍ୟସଶ୍ୟ ବଣ୍ଟନ କରାଯିବ।
ଜୟ ହିନ୍ଦ।
No comments:
Post a Comment